Basudev Sunanai 
Translator

on Lyrikline: 1 poems translated

from: german to: oriya

Original

Translation

für daphne: geklagt

german | Anja Utler

Im Lorbeer gewährt die verwandelte Daphne,
                                               deren Name selbst den Lorbeer bezeichnet,
                                               sich dem zum Dichter gewordenen  
                                               Liebenden.

                                                                                             Karlheinz Stierle

                                               Der Seidelbast ist wie andere Daphnearten   
                                               sehr stark giftig. [..] Die Blätter ähneln im  
                                               Aussehen denen des Lorbeerbaumes, daher
                                               der Gattungsname Daphne.

                                                                                                 Eintrag unter
                                                              www.heilpflanzen-suchmaschine.de


mir selbst: wie entstachelt! von ihm als: habe sich alles
gedreht bin: gewittert, gepirscht jetzt – ganz: der gehetzte
schweiß – schnell ich: durch äste, gestrüpp ihm entstürzen
die: fangen zu greifen an haken gepeitscht mir – schneller –
die flanken augen – nein – (..) weiß: ich muss durch da muss
– schleunigst – hin an den fluss, fluss –

bitten ihn: nimm mich kurz, vater, ich: tunke mich dir
in die schnellen und du dann: entlasse mich – rein – als die gischt
ja: als luft, luft –
und ich kraus dir entfliehend als dank das gesicht –

ja, schon: spritzt du triffst: mir die fesseln – frischst –
wirst mich lösen, lassen – gleich, sofort –


darf doch nicht – nein –
was: nimmst du dir –

selber – geradewegs – dir: auf den stickigen grund
gelaufen, festgesetzt: mit einem zug, ruck, nein,
reiße noch bäume mich einmal und stock –
muss: mich krümmen, ja kümmern: ins holz hinein
starren – was nimmst du mir: mich

sehe, als letztes: das schmückt dich jetzt, ja, mein
erblindetes bild wird, muss immer, gekraust, mit dir glitzern
und trüber, ja linsig: so schwimmt es – dein dank –
auch dem treiber im blick

wie trocken: mein arm macht – machte: die flanken – wie oft –
aufsprudeln, aus-  
jetzt: nagen die, speicheln – bespringend – mich an –
machen platz dann: rankt er sich mir zu: und sein heißes fleisch –

feucht! fortwährend – richtest dich auf in mir, mich:
dass ich stehe ja blühe und trage darf: nichtmal die blätter
lassen, mir fallen: nur früchte ab – unwillkürlich: so bring ich die –
rotten, nähren: dir deinen grund

weiter nur kümmern, dörren nur: dürsten zu dürfen
hören: ich raschle den vögeln jetzt trockener nach –

senge! bitte, dürre den schatten ihm: von dieser roten stirn,
dass er: ausglüht – ja mir: diesen puls aus den spitzen,
dass ich mich: auslöse – rein – als geruch als entknisternde
luft mich einsenke einsinke – laubend entlaubend mich –
in: die niedrigen, bastigen triebe und sie: enttreibe mir
kirschig, ja gischtig entstrecke – aufzischle: iss davon, iss –

© Edition Korrespondenzen
from: münden - entzüngeln. Gedichte
Wien: Edition Korrespondenzen, 2004
Audio production: LiteraturWERKstatt Berlin 2009

ଦାଫ୍ନେର ପ୍ରତିବାଦ

oriya


                                        ମୂଳ ରଚନା (ଜର୍ମାନୀ) - ଆଞ୍ଜା ଉତ୍ଲର
                                        ଅନୁସୃଜନ - ବାସୁଦେବ ସୁନାନୀ
                                        ଅନୁବାଦ ସହାୟତା - ଦୁଷ୍ମନ୍ତ ଚକ୍ର

ସବିଜ ଗଛରେ ସୁରକ୍ଷିତ, ରୂପାନ୍ତରିତ ଡାଫ୍ନେ ତା’ର ନାମକୁ ସାର୍ଥକ କରେ, କବି ପାଲଟି ଯାଉଥିବା ପ୍ରେମିକ ପାଇଁ ନିଜକୁ ଉତ୍ସର୍ଗ କରେ । 
- କାଥେଇନ୍ସ ଷ୍ଟିୟର୍ଲଡାଫ୍ନେ ଫୁଲଟି ଜାଇଡେଲ୍ବାଷ୍ଟ ଜାତୀୟ, ସୁନ୍ଦର ଅଥଚ ଭାରି ବିଷାକ୍ତ । ତା’ ପତ୍ର ଲେର୍ବିୟରର ଶାଗୁଆପତ୍ର ପରି । ସେଥିପାଇଁ ତା’ ନାଁ ବି ‘ଡାଫ୍ନେ’ । 

1
ମୁଁ ଡାଫ୍ନେ  । ମୋର ଯେତେସବୁ ବିଷାକ୍ତ କଣ୍ଟା ଦେହରୁ କାଢି, 
ମୁଁ ଦଉଡୁଛି ତୀବ୍ର ବେଗରେ, ଖସିବାକୁ ତମରିକବଳରୁ  ।
ଅ ।ଜି ସବୁକିଛି ରୂପାନ୍ତରିତ  । ଝଡ଼ ମୁହଁରୁ ଖସି ଯାଉଛି ମୁଁ  ।
ଡାହାଳ କୁକୁର ଶିକାରର ଗନ୍ଧ ବାରିଲା ପରି ତମେ ବାରିପାରୁଛ
ମୋ ଦେହରେ ଆତଂକିତ ହରିଣୀର ଗନ୍ଧ  । ମୁଁ ଦଉଡୁଛି ଓ ଖସି
ଯାଉଛି  । ମୋର ବାଟ ଓଗାଳୁଛି ଜଙ୍ଗଲୀଗଛର ଶାଖା  । ମୁଁ
ଡେଇଁ ଯାଉଛି କ୍ଷତବିକ୍ଷତ ହୋଇ  । ମୋର ଛାତିସାରା କଣ୍ଟାର ଅ ।ଘାତ
ଉଠୁଛି, ପଡୁଛି, ପୁନଶ୍ଚ ଧାଉଁଛି ମୁଁ  । ତମକୁ ଧରା ନ ଦେଇ
ମୋତେ ପହଞ୍ଚôବାକୁହେବ ମୋ ନଈରେ  । ମୋର ନଈ, ପ୍ରିୟ ନଈ !!

2
ବାପା!
ତତେ ମୋର ଗୁହାରୀ
ଏଇ ମୁହୂର୍ତ୍ତରେ ଉଦ୍ଧାରକର

ଏବେ 
ମୁଁ ତୀବ୍ର ଗତିରେ ବୁଡ଼ିଯାଉଛି
ତୋର ଜଳ ଭଉଁରୀରେ

ମୋତେ ବିମୁକ୍ତ ଓ ବିଶୁଦ୍ଧ କରି
ମୋତେ ମୁକ୍ତି ଦେ
ପବନ ଆଡ଼କୁ, ପବନକୁ ।

3
ମୁଁ ମୋର ମୃଦୁ, କୁନି କୁନି, କୋମଳ
ତରଙ୍ଗରେ ଛୁଇଁଯିବି
ତୋତେ ସ୍ନେହରେ ।

ମୋତେ ମୁକ୍ତି ଦେବ ବାପା
ତୋ ପାହୁଳ ପାଣିରେ ଶିଞ୍ଚନ କରି
ଏଇନା, ଏଇ ମୁହୂର୍ତ୍ତରେ ।

4
ସମ୍ଭବ ହେବ ନା ନାଇଁ        
ନା
ତୁ କ’ଣ ନେଇଯିବୁ ବୋଲି ଭାବୁଛୁ?
ମୁଁ ସିଧା ସିଧା ପଶି ଆସିଥିଲି ଅମ୍ଳଜାନ ବିହୀନ
ତୋ ଭୂମିକୁ ।
ତୋ ପ୍ରଶ୍ନ ଫେରାଏ ମୋତେ ହତଚକିତ କରି, ନାଁ,
ଘୋଡ଼ାଟି ଉଠି ଚାହିଁଲା ପରି ମୁଁ
ଫେରି ଆସେ ପଛକୁ, ହାଁ କରି ଅନାଏ ତମକୁ ।
ନିଶ୍ଚୟ, ମୁଁ ମୋ ଭିତରୁ ନେଇଯିବାକୁ
ତୋତେ ଦେବି ନାହିଁ ।
ମୁଁ ଗଛର କାଠ ପରି ହେବି, କାଠେଇ ଯିବି ।

5
ଦେଖ, ଶେଷଥର ଲାଗି, ଅନ୍ଧ ହୋଇ ଆସୁଥିବା
ମୋ ଗଛର ଆଖିରେ
ମୁଁ ଅଳଙ୍କୃତ କରୁଛି ତୋର ପ୍ରତିଛବି
ଢ଼େଉ ଢ଼େଉକା ପ୍ରବାହରେ ସଜାଉଛି
କୃତଜ୍ଞତାର ସହ ଆମର ନିବିଡ଼ ସ୍ନେହ ।

ଆହୁରି ବି ଜାଲଜାଲୁଆ ଦିଶୁଛି
ମୋ ଆଖିଡୋଳାରେ ତା’ର ଛବି
ଯିଏ ମୋତେ ଅପବିତ୍ର କରିବାକୁ ପିଛା କରୁଥିଲା
ଗୋଳିଆ ପାଣିରେ ଗୁଳ୍ମ ପରି
ଆଜି ଗଛ ହୋଇଗଲା ପରେ ବି
    ତୋର ମମତା ପାଖରେ ମୁଁ କୃତଜ୍ଞ

6
ମୁଁ କେତେ ଶୁଷ୍କ ହେଇଉଠୁଛି
ମୋର ଛାତି ଡକରେ
ରୁଧିର ଝୁରୁଛି

ସେ ହରିଣ
ଏବେ ମୋତେ ଦାନ୍ତ କାମୁଡ଼ି ଦେଖୁଛି
ଲାଳ ବୁହାଉଛି
ଡେଇଁଡେଇଁ ମୋର ନିକଟତର ହେଉଛି
ହରିଣ ଛାଡ଼ିଯିବା ପରେ
ଲାଗୁଛି ସେ ଜାବୁଡ଼ି ଧରୁଛି ତ’
ତା’ ଗରମ ମାଂସ ମୋତେ ଓଦା ଓଦା ଲାଗୁଛି ।

କାହାଣୀ ଯେତେ ଆଗାଉଛି ତ’
ସେତେସେତେ ତୋ ସ୍ମୃତି ମୋ ଭିତରେ
ଉଙ୍କି ମାରୁଛି,

ମୁଁ ଗଜୁରୁଛି, କଢ଼ି ଫୁଟାଉଛି
ଫଳ ଧରୁଛି
କିଛି ବୋଲି କିଛି ବି ପତ୍ର ନଝଡ଼େଇ ।

ମୋତେ ଲାଗୁଛି
ମୋ ଉପରେ ଇଁ ଫଳ ସବୁ ପଡ଼ୁଛି
କିଛି ବି ଉଦେ୍ଦଶ୍ୟ ନଥାଇ,
ଏଇ ପରି ଆଣୁଛି ମୁଁ ପଚାଶଢ଼ା ଖାଦ୍ୟ
ତୋର ଭୂଇଁର ଉର୍ବରତା ପାଇଁ ।

7
ତା’ପରେ ଯଦି ମୁଁ କ୍ଷୟ ହୋଇଯାଏ
ଶୁଷ୍କ ହୋଇଯାଏ, ଶୋଷିତ ହୋଇଯାଏ
ମୋ ଦେହରୁ ଉଡିଯାଉଥିବା ଚଢ଼େଇମାନଙ୍କର
ଉଡାଣ ବେଳର ଖସଖସ୍ ସ୍ୱର
ମୋତେ ଆହୁରି ଆହୁରି ଶୁଖିଲା କରିଯାଏ ।

ମୋ ଓଦାପଣକୁ ଶୁଖେଇଦିଅ ମୋ ସବିତା!
ହେ !  ଉତ୍ତାପର ଦେବୀ!
ଲାଲ୍କପାଳରୁ ମୋର ଲିଭେଇଦିଅ
ସେ ଲୋଲୁପ ଛାଇକୁ ।

ହଁ, ସେ ମୋତେ ଆଉ ଦୃଶ୍ୟ ନହେଉ
ମୋ ଦେହର ପତ୍ରମାନେ ବିଛୁରିତ ହୋଇଯାଆନ୍ତୁ ସବୁଆଡ଼କୁ
ଚାରିଆଡ଼େ ଶୁଭୁ ପତ୍ରଙ୍କ ମର୍ମର ।

ପୋଡ଼ାକାଠର ଗନ୍ଧ ପରି
ମୋ ପତ୍ରରୁ ନିଗିଡିଯାଉ ସବୁ ଶିହରୀତ ଉତ୍ତାପ

ମୁଁ ବୁଡ଼ିଯିବାକୁ ଚାହେଁ ଆହୁରି ଭିତରକୁ
ପ୍ରତିବଦଳରେ ମୁଁ ଝରେଇ ଦେଉଛି
ଯେତେସବୁ ମୋର ସ୍ୱାଦିଷ୍ଟ ମଧୁର ଫଳ
ଖାଅ ତାକୁ,  ଖାଇଯାଅ ।

Translation Odiya: Basudev Sunanai 

---- alternative translation ----


ଡାଫ୍ନେର ବିକ୍ଷିପ୍ତ ପ୍ରତିବାଦ

                                    ମୂଳ ଜର୍ମାନ - ଅ ।ନ୍ୟା ଉଟ୍ଲର୍
                                    ଓଡ଼ିଅ । ଅନୁସୃଜନ - କେଦାର ମିଶ୍ର
                                    ଅନୁବାଦ ସହାୟତା - ଦୁଷ୍ମନ୍ତ ଚନ୍ଦ୍ର


ଗଛରେ ସୁରକ୍ଷିତ ଚିରହରିତ ପତ୍ରରେ ରୂପାନ୍ତରିତ
ଡାଫନେ, ତା' ନାମକୁ ସାର୍ଥର୍କ କରେ  । କବି ପାଲଟି
ଯାଉଥିବା ପ୍ରେମିକ ଲାଗି ସେ ଚିର ସମର୍ପିତା
 (କାଥୋଇନ୍ସ୍ ଷ୍ଟିୟରଲ୍)

ଜାଇଡେଲ୍ବାଷ୍ଟ୍ ଫୁଲ ଡାଫ୍ନେ ପରି
ସୁନ୍ଦର, ହେଲେ ଭାରି ବିଷାକ୍ତ  । ତା'
ପତ୍ର ଲେର୍ବିୟରର ଶାଗୁଅ । ପତ୍ର ପରି  ।
ତେଣୁ ସେ ଡାଫେନ୍ ପରି  । ।

1
ମୁଁ ଡାଫ୍ନେ  । ଦେହରୁ କାଢି ମୋର ଯେତେସବୁ ବିଷାକ୍ତ କଣ୍ଟକ, 
ମୁଁ ଦଉଡୁଛି ସୁତୀବ୍ର ବେଗରେ, ଖସିବାକୁ ତମରିକବଳରୁ  ।
ଅ ।ଜି ସବୁକିଛି ରୂପାନ୍ତରିତ  । ଝଡ଼ ମୁହଁରୁ ଖସି ଯାଉଛି ମୁଁ  ।
ଡାହାଳ କୁକୁର ଶିକାରର ଗନ୍ଧ ବାରିଲା ପରି ତମେ ବାରିପାରୁଛ
ମୋ ଦେହରେ ତ୍ରସ୍ତା ହରିଣୀର ଗନ୍ଧ  । ମୁଁ ଦଉଡୁଛି ଓ ଖସି
ଯାଉଛି  । ମୋର ବାଟ ଓଗାଳୁଛି ଜଙ୍ଗଲୀଗଛର ଶାଖା  । ମୁଁ
ଡେଇଁ ଯାଉଛି କ୍ଷତାକ୍ତ ହୋଇ  । ମୋର ଛାତିସାରା କଣ୍ଟାର ଅ ।ଘାତ
ମୁଁ ଉଠୁଛି, ପଡୁଛି, ପୁନଶ୍ଚ ଧାଉଁଛି  । ତମକୁ ଧରା ନ ଦେଇ
ମୋତେ ପହଞ୍ଚôବାକୁହେବ ମୋର ନଦୀରେ  । ମୋର ନଦୀ, ପ୍ରିୟ ନଦୀ !!

2
ତୋତେ ମୀନତି କରୁଛି ବାପା !
ମୋତେ ଉଦ୍ଧରି ଧର, ଏଇ ସଂକଟରୁ  ।  

ଏବେ ସୁତୀବ୍ର ବେଗରେ
ମୁଁ ବୁଡ଼ିଯାଉଛି ତଳକୁ ତଳକୁ
ତୋର ଜଳ ଭଉଁରୀରେ

ମୋତେ ବିମୁକ୍ତ ଓ ବିଶୁଦ୍ଧ କରି
ମୋତେ ମୁକୁଳେଇ ଦେ'
ପବନ ଅ ।ଡ଼କୁ, ପବନକୁ  ।

3
ମୃଦୁ
ମୁଁ ମୋର ମୃଦୁ,କୁନି କୁନି ଓ କୋମଳ
ତରଙ୍ଗରେ ଛୁଇଁଯିବି
ତୋତେ  ମମତାରେ  ।

ମୋତେ ମୁକ୍ତି ଦେ' ବାପା
ତୋ ପାହୁଳ ପାଣିରେ ଶିଂଚନକରି
ଏଇନା, ଏଇମୁହୂର୍ତ୍ତରେ

4
- ସମ୍ଭବ ହେବ ନା ନାହିଁ  ।
- ନାହିଁ  ।
- ତୁ କ'ଣ ନେଇଯିବୁ ବୋଲି ଭାବୁଛୁ?
ମୁଁ ସିଧାସିଧା ପଶିଅ ।ସିଥିଲି ଅମ୍ଳଜାନ ବିହୀନ
ତୋ ଭୂମିକୁ  ।
ତୋ ପ୍ରଶ୍ନ ଫେରାଏ ମୋତେ ହତଚକିତ କରି, ନାଁ
ମୁଁ ଘୋଡ଼ା ଉଠି •ହିଁଲା ପରି
ଫେରିଅ ।ସେ ପଛକୁ,ହାଁ କରି ଅନାଏ ତୋତେ  ।
ନିଶ୍ଚୟ ମୁଁ ମୋ ଭିତରୁ ନେଇଯିବାକୁ
ତୋତେ ଦେବିନାହିଁ  ।

ମୁଁ ଗଛର କାଠ ପରି ହେବି  । କାଠେଇ ଯିବି  । ।

5
ଦେଖ, ଶେଷଥର ଲାଗି, ଅନ୍ଧ ହୋଇ ଅ ।ସୁଥିବା
ମୋ ଗଛର ଅ ।ଖିରେ
ମୁଁ ଅଳଙ୍କୃତ କରୁଛି ତୋର ପ୍ରତିଛବି
ଢେଉ ଢେଉକା ପ୍ରବାହରେ ସଜାଉଛି
କୃତଜ୍ଞତାର ସହ ଅ ।ମର ନିବିଡ଼ ମମତା  ।

ଅ ।ହୁରି ବି ଜାଲଜାଲୁଅ । ଦିଶୁଛି
ମୋ ଅ ।ଖିଡୋଳାରେ ତା'ର ଛବି
(ଯିଏ ମୋତେ ଅପବିତ୍ର କରିବାକୁ ପିଛା କରୁଥିଲା)
ଗୋଳିଅ । ପାଣିରେ ଗୁଳ୍ମ ପରି

ଅ ।ଜି ଗଛ ହୋଇଗଲା ପରେ ବି
    ତୋର ମମତା ପାଖରେ ମୁଁ କୃତଜ୍ଞ  ।

6
କେତେ ଶୁଷ୍କ, କେତେ ଶୂନ୍ୟ ମୁଁ  ।

ସେ ହରିଣ 
ଏବେ ମୋତେ ଦାନ୍ତ କାମୁଡ଼ି ଦେଖୁଛି
ଲାଳ ବୁହାଉଛି
ଡେଇଁ ଡେଇଁ ମୋର ନିକଟତର ହେଉଛି
ସେ ହରିଣ ଛାଡ଼ି ଦୂରକୁ ଗଲାପରେ ବି
ଲାଗୁଛି ସେ ମୋତେ ଜାବୁଡ଼ି ଧରୁଛି ତ'
ତା' ଗରମ ଦାନ୍ତ ମାଢି ମୋତେ ଓଦା ଓଦା ଲାଗୁଛ  ।

କାହାଣୀ ଯେତେ ଯେତେ ଅଗ୍ରସର ହେଉଛି
ସେତେ ସେତେ ତୋ ସ୍ମୃତି ମୋ'ଭିତରେ
ଉଙ୍କିମାରୁଛି,
ମୁଁ ଗଜୁରୁଛି, କଢ ଧରୁଛି 
ଫଳେଇ ଯାଉଛି
କୌଣସି ପତ୍ର ନ ଝଡ଼େଇ, ପତ୍ରମୟୀ ହୋଇ  ।

ମୋତେ ଲାଗୁଛି
ମୋ ଉପରେ ଇ ପଡୁଛି ସବୁ ଫଳ
କିଛି ବି ଉଦେ୍ଦଶ୍ୟ ନ ଥାଇ,
ମୋର ପ•ସଢା ଫଳର ସାର ନିବେଦିତ
ତୋ ଭୂଇଁର ଉର୍ବରତା ପାଇଁ  ।

7
ତା'ପରେ ଯଦି ମୁଁ କ୍ଷୟ ହୋଇଯାଏ
ଶୁଷ୍କ ହୋଇଯାଏ, ଶୋଷିତ ହୋଇଯାଏ
ମୋ ଦେହରୁ ଉଡ଼ିଯାଉଥିବା ଚଢେଇମାନଙ୍କର
ଉଡ଼ାଣ ବେଳର ଖସ୍ ଖସ୍ ସ୍ୱର
ମୋତେ ଅ ।ହୁରି ଅ ।ହୁରି ଶୁଖିଲା କରିଯାଏ  । ।

ମୋ ଓଦାପଣକୁ ଶୁଖେଇ ଦିଅ ଗୋ ସବିତା !
ଅ ।ଗୋ ଉତ୍ତାପର ଦେବୀ !
ଲାଲ୍ କପାଳରୁ ମୋର ଲିଭେଇ ଦିଅ
ସେ ଲୋଲୁପ ଛାଇକୁ  ।
ହଁ, ସେ ମୋତେ ଅ ।ଉ ଦୃଶ୍ୟ ନ ହେଉ  ।

ମୋ ଦେହର ପତ୍ରମାନେ ବିଚ୍ଛୁରିତ ହୋଇଯାଅ ।ନ୍ତୁ ସବୁଅ ।ଡ଼କୁ
•ରିଅ ।ଡ଼େ ଶୁଭୁ ପତ୍ରଙ୍କ ମର୍ମର  ।
ମୋ ପତ୍ରରୁ ନିଗିଡ଼ିଯାଉ ସବୁ ଶିହରୀତ ଉତ୍ତାପ
ପୋଡ଼ାକାଠର ଗନ୍ଧ ପରି

ମୁଁ ବୁଡ଼ିଯିବାକୁ •ହେଁ, ଅ ।ହୁରି ଅ ।ହୁରି ଭିତରକୁ  । ।
ପ୍ରତିବଦଳରେ ମୁଁ ଝରେଇ ଦେଉଛି
ଯେତେ ସବୁ ମୋର ସ୍ୱାଦିଷ୍ଟ - ମଧୁର ଫଳ
ଖାଅ, ତାକୁ ଖାଇଯାଅ  । ।



Translation Odiya: Kedar Misra  

Translated into Odiya/Orija by Basudev Sunanai as well as by Kedar Misra

A result of the project Poets Translating Poets. Versschmuggel mit Südasien, organised in 2015 by the Goethe Institute in collaboration with Literaturwerkstatt Berlin